ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ସମୟ ଚେତନା : ଏକ ଅନୁଶୀଳନ

Authors

  • Soudagara Siya Odia Bhasha O Sahitya Vibhaga, Adarsha Snataka Mahavidiyalaya, Malkangiri, Odisha

Keywords:

ସ୍ୱାଧୀନତା ପରବର୍ତ୍ତୀ କାଳ, ସାମାଜିକ ପରିବର୍ତ୍ତନ, ଗଣତନ୍ତ୍ରୀୟ ସଂକଟ, ଶ୍ରେଣୀ ବିଭେଦ, ସାମାଜିକ ବୈଷମ୍ୟ, ନଗରୀକରଣ, ଅସ୍ତିତ୍ୱବାଦ,ମାନବୀୟ ସଂକଟ,ଆର୍ଥିକ ଅସମତା,ସମୟ ଚେତନା ଇତ୍ୟାଦି

Abstract

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶା ତଥା ଭାରତର ସାମାଜିକ-ସାଂସ୍କୃତିକ ପରିବେଶରେ ଅନେକ ରୂପାନ୍ତର ମାଧ୍ୟମରେ ଅଗ୍ରସର ହୋଇଛି। ଏହି ପରିବର୍ତ୍ତନଶୀଳ ସମୟର ପ୍ରତିଛବି ଓଡ଼ିଆ କବିତାରେ ଗଭୀର ଭାବେ ପ୍ରତିଫଳିତ ହୋଇଛି। ସ୍ୱାଧୀନତା ପରବର୍ତ୍ତୀ କବିମାନେ ନୂତନ ଚେତନା, ନୂତନ ଦୃଷ୍ଟିକୋଣ ଏବଂ ଆଧୁନିକ ଜୀବନର ଜଟିଳତାକୁ ନିଜ ସୃଜନର ମୁଖ୍ୟ ବିଷୟ ଭାବେ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିତରେ “ସମୟ ଚେତନା” ଏକ କେନ୍ଦ୍ରୀୟ ସାହିତ୍ୟିକ ଧାରଣା ଭାବେ ବିକାଶ ପାଇଛି। ଏହା କବିଙ୍କ ମନୋଭୂମିରେ ସମକାଳୀନ ସମାଜ, ତାହାର ସଂଘର୍ଷ, ଆଶା-ନିରାଶା, ପରିବର୍ତ୍ତନ ଓ ମୂଲ୍ୟବୋଧର ଅନୁଭୂତିକୁ ପ୍ରକାଶ କରେ। ଓଡ଼ିଆ କବିତାରେ ଏହି ଚେତନା ବିଶେଷକରି ଆଧୁନିକତା, ଶହରୀକରଣ, ଅସ୍ତିତ୍ୱ ସଙ୍କଟ ଓ ପରମ୍ପରା-ନୂତନତାର ଦ୍ୱନ୍ଦ୍ୱ ମାଧ୍ୟମରେ ପ୍ରକଟ ହୋଇଛି। ନବକବିତା ଆନ୍ଦୋଳନ ପରେ ଓଡ଼ିଆ କବିତା ଅଧିକ ଚିନ୍ତନଶୀଳ, ପ୍ରୟୋଗଶୀଳ ଓ ମନୋବିଶ୍ଳେଷଣମୂଳକ ରୂପ ଧାରଣ କରିଛି। ଏହି ସମୟର କବିତାମାନରେ କେବଳ ଯେ ସୌନ୍ଦର୍ଯ୍ୟବୋଧକ ନୁହେଁ, ବରଂ ସମୟର ସାମାଜିକ ସତ୍ୟକୁ ଉଦ୍ଘାଟନ କରୁଥିବା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଗଣ୍ୟ ହୋଇଛି।ଏହି ଅଧ୍ୟୟନର ମୂଳ ଉଦ୍ଦେଶ୍ୟ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ସମୟ ଚେତନାର ବିକାଶ ଧାରାକୁ ଚିହ୍ନଟ କରିବା ଓ ତାହାର ସାମାଜିକ-ସାହିତ୍ୟିକ ପ୍ରଭାବକୁ ବିଶ୍ଳେଷଣ କରିବା। ଏହି କାଳର ଓଡ଼ିଆ କବିତା ସମୟର ଆଇନା ଭାବେ କାର୍ଯ୍ୟ କରି, ମନୁଷ୍ୟୀୟ ଅନୁଭୂତି ଓ ସାମାଜିକ ବାସ୍ତବତାକୁ ଏକ ସୂକ୍ଷ୍ମ ଓ ସଂବେଦନଶୀଳ ଭାବରେ ଅଭିବ୍ୟକ୍ତ କରିଛି।

Downloads

Published

2026-11-23

Issue

Section

Articles

How to Cite

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ସମୟ ଚେତନା : ଏକ ଅନୁଶୀଳନ. (2026). Vagdhara : A Multilingual Peer Reviewed Reserach Journal, 1(3), 49-58. https://vagdhara.in/index.php/vagdhara/article/view/36